ଉତ୍ସବ ମୁଖର ଅଯୋଧ୍ୟା ନଗରୀ; ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରଥମ ଝଲକ

ଓଏଲ୍ ବ୍ୟୁରୋ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଆଉ ମାତ୍ର ତିନି ଦିନ ଥିବା ବେଳେ ନବବଧୂ ବେଶରେ ସଜେଇ ହେଉଛି ଅଯୋଧ୍ୟା ନଗରୀ। ମନ୍ଦିର ସାଜସଜା ଲାଗି ଟ୍ରକ୍ ଟ୍ରକ୍ ଫୁଲ ଆସି ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଛି। ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ଲାଗି ଦେଶର କୋଣ ଅନୁକୋଣରୁ ସାଧୁସନ୍ଥମାନେ ଆସି ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଲେଣି। ଭକ୍ତଙ୍କ ଗହଳିରେ ଉତ୍ସବମୁଖର ହୋଇପଡ଼ିଲାଣି ଅଯୋଧ୍ୟା ନଗରୀ। ହୋମ ଯଜ୍ଞରେ କମ୍ପୁଛି ଅଯୋଧ୍ୟା ନଗରୀ। ସବୁ ମନ୍ଦିରରେ ଶଙ୍ଖଧ୍ୱନି, ଭଜନ କୀର୍ତ୍ତନ କରି ପ୍ରଚାର କରାଯାଉଛି।
ଅନ୍ୟପଟେ, ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରଥମ ଝଲକ। ଧଳା ମାର୍ବଲ ଆସ୍ଥାନ ଉପରେ ବିରାଜମାନ ରାମଲାଲା। ଗର୍ଭଗୃହରେ ଶ୍ରୀବିଗ୍ରହ ସ୍ଥାପନ କରାଯିବା ପରେ ପ୍ରଥମ ଥର ଲାଗି ଫଟୋ ସାମ୍ନାକୁ ଆସିଛି। ଧଳା ମାର୍ବଲ ଆସ୍ଥାନ ଉପରେ ରାମଲାଲା ବିରାଜମାନ କରିଛନ୍ତି। ୨୨ ତାରିଖ ଅପରାହ୍ନ ୧୨ଟା ୨୦ରୁ ପ୍ରାଣ ପ୍ରତିଷ୍ଠା ଆରମ୍ଭ ହେବ। ଅପରାହ୍ନ ୧ଟା ସୁଦ୍ଧା କାର୍ଯ୍ୟ ସମ୍ପାଦନ ପାଇଁ ସ୍ଥିରୀକୃତ ହୋଇଛି। ଆଜିଠୁ ଲକ୍ଷ୍ନୌରୁ ଅଯୋଧ୍ୟା ହେଲିକପ୍ଟର ସେବା ଚାଲିବ। ଅଯୋଧ୍ୟା ଆଖପାଖର ବିମାନବନ୍ଦର ସହ ମଧ୍ୟ ଆଲୋଚନା ହେବ। ପ୍ରାୟ ୧୦୦ଟି ବିମାନ ଆସିବା ନେଇ ସୂଚନା ପହଞ୍ଚିଛି।