ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍; ବିଭିନ୍ନ ଠିକଣାରେ ଚାଲିଛି ଛାନଭିନ୍

ଓଏଲ୍ ବ୍ୟୁରୋ: ସୁନ୍ଦରଗଡ଼ର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ୨ ଦିନ ହେଲା ଆଇଟି ରେଡ୍ ଚାଲିଛି। ଓଡ଼ିଶା ସମେତ ଛତିଶଗଡ଼ର ବିଭିନ୍ନ ଠିକଣାରେ ଚାଲିଛି ରେଡ୍। ସୁନ୍ଦରଗଡ଼, ରାଉରକେଲା, ବରଗଡ଼ରେ ଚାଲିଛି ରେଡ୍। ଛତିଶଗଡ଼ର ରାୟଗଡ଼ ଓ ରାୟପୁରରେ ମଧ୍ୟ ରେଡ୍ ଜାରି କରାଯାଇଛି। ଘର ଓ ବିଭିନ୍ନ ସ୍ଥାନରେ ଥିବା ଅଫିସ୍ ଓ ଫ୍ୟାକ୍ଟ୍ରୀରେ ରେଡ୍ କରାଯାଉଛି।