Odisha Link
Bridging the Missing Links in Odisha

ଚୂଡ଼ାନ୍ତ ପର୍ଯ୍ୟାୟରେ ସମଲେଇ ପ୍ରକଳ୍ପ; ଜାନୁଆରୀ ୨୭ରେ ହେବ ଲୋକାର୍ପଣ

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ଚାଲିଥିବା ସମଲେଇ ପ୍ରକଳ୍ପ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୨୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଉଦ୍‌ଘାଟନ କରିବେ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସୂଚନା ଦେଇଛନ୍ତି। ସମ୍ବଲପୁର ମା’ ସମଲେଇ ପ୍ରକଳ୍ପ ପାଇଁ ନିମନ୍ତ୍ରଣ ଆରମ୍ଭ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାକୁ ନିମନ୍ତ୍ରଣ ପାଇଁ ଟିମ୍ ବାହାରିଛନ୍ତି। ପୂଜକ ଓ ପ୍ରଶାସନିକ ଅଧିକାରୀଙ୍କୁ ମିଶାଇ ୫ଟି ଟିମ୍ କରାଯାଇଛି।

ସମଲେଇ ପ୍ରକଳ୍ପ ଅନ୍ତର୍ଗତ ମା’ ସମଲେଶ୍ୱରୀ ମନ୍ଦିର ରୂପାନ୍ତିକରଣର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟ ଚାଲିଛି। ତେବେ ଆସନ୍ତା ଜାନୁଆରୀ ୨୭ ତାରିଖ ମାଘ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ପ୍ରକଳ୍ପର ଲୋକାର୍ପଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ତେଣୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଏହାର ଉଦ୍‌ଘାଟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି।

Leave A Reply

Your email address will not be published.