ରାଜ୍ୟ କ୍ୟାବିନେଟ୍ ବୈଠକ: ୧୪ଟି ପ୍ରସ୍ତାବରେ ବାଜିଲା ମୋହର

ଓଏଲ୍ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କ୍ୟାବିନେଟ୍ରେ ୧୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ୧୫ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ୧୪ଟି ମଞ୍ଜୁର କରାଯାଇଛି। ଏନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ୨୦୨୪ ବର୍ଷ ପାଇଁ ଏହା ପ୍ରଥମ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି।