ହୋମଯଜ୍ଞରେ କମ୍ପୁଛି ଅଯୋଧ୍ୟା ନଗରୀ; ସିନେ ତାରକା ଓ ନିମନ୍ତ୍ରିତ ଅତିଥିଙ୍କ ସମାଗମ

ଓଏଲ୍ ବ୍ୟୁରୋ: ଆଉ ମାତ୍ର କିଛି ସମୟର ଅପେକ୍ଷା। ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଅଯୋଧ୍ୟାରେ ଭକ୍ତିମୟ ପରିବେଶ। ସବୁଠି ଶୁଭୁଛି ଜୟଶ୍ରୀରାମ। ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ହୋମ ଯଜ୍ଞରେ କମ୍ପୁଛି ଅଯୋଧ୍ୟା ନଗରୀ। ରାମଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ସାରାଦେଶ। ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଅଯୋଧ୍ୟାକୁ ଭକ୍ତଙ୍କ ସୁଅ ଛୁଟୁଛି। ସାଧୁ ସନ୍ଥ ମେଳି ବାନ୍ଧୁଛନ୍ତି।
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ବଲିଉଡର କଳାକାର। ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟା ନଗରୀରେ ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ ପହଂଚିଛନ୍ତି। ଅଯୋଧ୍ୟାରେ ଉପସ୍ଥିତ ପୁରୀ ଗଜପତି ମହାରାଜା। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉପସ୍ଥିତ। ମହାରାଜାଙ୍କ ସହ ମହାରାଣୀ ଲୀଳାବତୀ ପାଟ୍ଟମହାଦେଇ ଉପସ୍ଥିତ ରହିଛନ୍ତି। ଅଯୋଧ୍ୟାରେ ପହଞ୍ଚିଲେ ବହୁ ବିଶିଷ୍ଟ ନିମନ୍ତ୍ରିତ ଅତିଥି। ଭାରତରତ୍ନ କ୍ରିକେଟର ସଚ୍ଚିନ ତେନ୍ଦୁଲକର ଉପସ୍ଥିତ। କ୍ରିକେଟର ଅନୀଲ କୁମ୍ବଲେ ମଧ୍ୟ ଉପସ୍ଥିତ। ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ଉପସ୍ଥିତ ଅଛନ୍ତି। ଶିଳ୍ପପତି ଅନୀଲ ଅମ୍ବାନୀ ଓ ଆକାଶ ଅମ୍ବାନୀ ଉପସ୍ଥିତ ରହିଛନ୍ତି।
ରାମମୟ ହୋଇପଡିଛି ପୁରା ଅଯୋଧ୍ୟା। ୨ହଜାର କ୍ୱିଣ୍ଟାଲ ଫୁଲରେ ଅଯୋଧ୍ୟା ସହର ସଜେଇ ହୋଇଛି। କଡ଼ା ସୁରକ୍ଷାବଳୟରେ ପୂରା ଅଯୋଧ୍ୟା ରହିଛି। ରାମରାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସବୁଠି ଉତ୍ସାହ ବଢ଼ିବାରେ ଲାଗିଛି। ସହରର ସବୁଠି ପୁଲିସ ପଇଁତରା ମାରୁଛି। ରାମ ନାମରେ ପ୍ରକମ୍ପତି ହେଉଛି ସାରା ବିଶ୍ୱ। ନ୍ୟୁୟର୍କରେ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ। ଟାଇମ୍ସ ସ୍କୟାରରେ ରାମ ନାମ ସହ ପ୍ରବାସୀ ଭାରତୀୟଙ୍କ ଭିଡ଼ ଦେଖିବାକୁ ମିଳିଛି।