ଚୀନରେ ଭୂସ୍ଖଳନ; ମାଟିତଳେ ଫସିରହିଛି ୪୭ ଜୀବନ!

ଓଏଲ୍ ବ୍ୟୁରୋ: ଚୀନର ୟୁନାନ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ଜଣା ପଡିଛି। ଏଥିରେ ୨ ଜଣଙ୍କର ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଂକା ରହିଛି। ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇଛି ସେଠାରେ ଏବେ ପାଗ ଖରାପ ରହିଛି। ଏହି କାରଣରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା କୁହାଯାଉଛି। ଚୀନର ସିଓନରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଛି। ଏହି ଭୂସ୍ଖଳନ ଫଳରେ ୨୦୨୩ ମସିହାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାସହ ଏବେର ଭୂସ୍ଖଳନ କାରଣରୁ ହଜାର ହଜାର ପରିବାର ବିଦ୍ୟୁତ୍ ସଂଯୋଗରୁ ବଞ୍ଚିତ ହୋଇଛନ୍ତି।
ଅର୍ନ୍ତଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ମାଟିତଳୁ ୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୪୭ ରୁ ଅଧିକ ଲୋକ ମାଟିତଳେ ପୋତି ହୋଇ ରହିଛନ୍ତି। ଘଟଣାସ୍ଥଳରୁ ୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂସ୍ଖଳନରେ ଅନେକ ଘର ନଷ୍ଟ ହୋଇଯାଇଛି। ପ୍ରଭାବିତ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆବର୍ଜନା ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ମଧ୍ୟ ଉଦ୍ୟମ ଚାଲିଛି।