Odisha Link
Bridging the Missing Links in Odisha

ରାମ ନାମରେ ପ୍ରକମ୍ପତି ହେଉଛି ସାରା ବିଶ୍ୱ; ନ୍ୟୁୟର୍କରେ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ

ଓଏଲ୍‌ ବ୍ୟୁରୋ: ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଆଉ ମାତ୍ର କିଛି ସମୟର ଅପେକ୍ଷା। ଅଯୋଧ୍ୟାରେ ଭକ୍ତିମୟ ପରିବେଶ। ସବୁଠି ଶୁଭୁଛି ଜୟଶ୍ରୀରାମ। ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ହୋମ ଯଜ୍ଞରେ କମ୍ପୁଛି ଅଯୋଧ୍ୟା ନଗରୀ। ରାମଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ସାରାଦେଶ। ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଅଯୋଧ୍ୟାକୁ ଭକ୍ତଙ୍କ ସୁଅ ଛୁଟୁଛି। ସାଧୁ ସନ୍ଥ ମେଳି ବାନ୍ଧୁଛନ୍ତି। ରାମମୟ ହୋଇପଡିଛି ପୁରା ଅଯୋଧ୍ୟା। ୨ହଜାର କ୍ୱିଣ୍ଟାଲ ଫୁଲରେ ଅଯୋଧ୍ୟା ସହର ସଜେଇ ହୋଇଛି। କଡ଼ା ସୁରକ୍ଷାବଳୟରେ ପୂରା ଅଯୋଧ୍ୟା ରହିଛି। ରାମରାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସବୁଠି ଉତ୍ସାହ ବଢ଼ିବାରେ ଲାଗିଛି। ସହରର ସବୁଠି ପୁଲିସ ପଇଁତରା ମାରୁଛି। ରାମ ନାମରେ ପ୍ରକମ୍ପତି ହେଉଛି ସାରା ବିଶ୍ୱ। ନ୍ୟୁୟର୍କରେ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ। ଟାଇମ୍ସ ସ୍କୟାରରେ ରାମ ନାମ ସହ ପ୍ରବାସୀ ଭାରତୀୟଙ୍କ ଭିଡ଼ ଦେଖିବାକୁ ମିଳିଛି।

ଅନ୍ୟପଟେ, ଶ୍ରୀରାମ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସକାଳ ୧୦ଟା ୨୫ରେ ମୋଦୀ ଅଯୋଧ୍ୟା ବିମାନବନ୍ଦରେ ପହଞ୍ଚିବେ। ୧୦ଟା ୫୫ ମିନିଟରେ ରାମ ଜନ୍ମଭୂମିରେ ପହଞ୍ଚିବେ। ଏବଂ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ପର୍ଯ୍ୟନ୍ତ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବ । ମଧ୍ୟାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଅପରାହ୍ନ ୨ଟା ୧୦ରେ ଦିଲ୍ଲୀ ଫେରିଯିବେ। ତେବେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅମିତାଭ ବଚ୍ଚନ, ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ୭ ହଜାର ସେଲିବ୍ରେଟିଙ୍କୁ ଏହି କାର୍ଯ୍ୟକମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି।

Leave A Reply

Your email address will not be published.