ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଭୋର ୩ଟାରୁ ଶ୍ରଦ୍ଧାଳୁଙ୍କ ଭିଡ, ଦେଖନ୍ତୁ ଭିଡିଓ
ଓଏଲ୍ ବ୍ୟୁରୋ: ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜିଠୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ପ୍ରତିଷ୍ଠା ପରେ ପ୍ରଥମ ସକାଳେ ଭକ୍ତମାନେ ପୂଜାପାଠ କରିବା ପାଇଁ ଶ୍ରୀରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଏକାଠି ହୋଇଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
#WATCH | Ayodhya, Uttar Pradesh: Visuals from the main gate of Shri Ram Temple where devotees have gathered in large numbers since 3 am to offer prayers and have Darshan of Shri Ram Lalla on the first morning after the Pran Pratishtha ceremony pic.twitter.com/hKUJRvIOtm
— ANI (@ANI) January 23, 2024
ଆଜିଠାରୁ ରାମଲାଲା ସାଧାରଣ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ସମସ୍ତ ଭକ୍ତଙ୍କ ପାଇଁ ନୂଆ ରାମ ମନ୍ଦିରର ଦ୍ୱାର ଖୋଲିଛି। ଭକ୍ତମାନେ ପବିତ୍ର ମନ୍ଦିରରେ ବସିଥିବା ପ୍ରତିମା ସହିତ ନୂତନ ପ୍ରତିମା ଦର୍ଶନ କରୁଛନ୍ତି। ଯଦି ଭିଡ଼ ବଢେ, ତେବେ ରାମ ଜନକମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଦର୍ଶନର ଅବଧି ବଢାଇବ ବୋଲି ସୂଚନା ରହିଛି।
ଅସ୍ଥାୟୀ ମନ୍ଦିରରେ ରଖାଯାଇଥିବା ରାମଲାଲାଙ୍କ ଦର୍ଶନ ୨୦ଜାନୁଆରୀ ସକାଳରୁ ବନ୍ଦ ହୋଇଯାଇଥିଲା। ପ୍ରାଣ ପ୍ରତିଷ୍ଠା ସମାରୋହର ପ୍ରସ୍ତୁତିକୁ ଅନ୍ତିମ ସ୍ପର୍ଶ ଦେବା ଲକ୍ଷ୍ୟରେ ଟ୍ରଷ୍ଟ ଏହି ନିଷ୍ପତ୍ତି ନେଇଛି। ଏହି ସମୟରେ ରବିବାର ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ଲାଲାଙ୍କ ମୂର୍ତ୍ତିକୁ ନୂଆ ମନ୍ଦିରରେ ସ୍ଥାପନ କରିବା ପାଇଁ ପୁରୋହିତମାନଙ୍କୁ ଦେଇଥିଲେ। ନୂତନ ପ୍ରତିମା ସ୍ଥାପନ ପରେ ରାମ ମନ୍ଦିରରେ ଥିବା ଉଭୟ ମୂର୍ତ୍ତିର ଦର୍ଶନ ମଙ୍ଗଳବାର ଠାରୁ ସମସ୍ତ ଭକ୍ତଙ୍କ ନିକଟରେ ଉପଲବ୍ଧ ।
ଦର୍ଶନ ସକାଳ ୭ଟାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସକାଳ ୧୧ଟା ୩୦ପର୍ଯ୍ୟନ୍ତ ଦର୍ଶନ ସମ୍ଭବ ହେବ। ଏହା ପରେ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସମୟ ଅପରାହ୍ନ ୨ ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ଯଦି ଭକ୍ତଙ୍କ ଭିଡ ବଢିଯାଏ ତେବେ ଦର୍ଶନର ଅବଧି ବଢିବ । ସୂଚନାଥାଉକି, ସୋମବାର ମଧ୍ୟ ସାଧାରଣ ଭକ୍ତମାନେ ରାମଲାଲାଙ୍କ ଦର୍ଶନ ପାଇପାରିନଥିଲେ। ପ୍ରାଣ ପ୍ରତିଷ୍ଠା ସମାରୋହ ପରେ କେବଳ ସ୍ବତନ୍ତ୍ର ଅତିଥିମାନଙ୍କୁ ଦର୍ଶନ ସୁବିଧା ଦିଆଯାଇଥିଲା।