ଚୀନରେ ଭୂସ୍ଖଳନ ପରେ ଭୂକମ୍ପ; ଥରିଲା ଦିଲ୍ଲୀର ଏନସିଆର

ଓଏଲ୍ ବ୍ୟୁରୋ: ଚୀନରେ ବଡ ଧରଣର ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ନେପାଳ ସହ ଭାରତର ଦିଲ୍ଲୀ ଏନସିଆର ଏବଂ ଉତ୍ତର ଭାରତର ଏକାଧିକ ଅଞ୍ଚଳରେ ଅନୁଭୂତ ହୋଇଛି। ଏହାପରେ ବି ଚୀନରେ ଏକାଧିକ ଥର ଭୂମିକମ୍ପ ସୃଷ୍ଟି ହୋଇଛି। ଯାହାର ତୀବ୍ରତା ୪.୫ ଯାଏଁ ରେକର୍ଡ କରାଯାଇଛି।
ସୂଚନା ଅନୁସାରେ, ଚୀନର ୟୁନାନ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ଜଣା ପଡିଥିଲା। ଏଥିରେ ୨ ଜଣଙ୍କର ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଥିଲା। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଂକା ରହିଥିଲା। ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇଛି ସେଠାରେ ଏବେ ପାଗ ଖରାପ ରହିଛି। ଏହି କାରଣରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା କୁହାଯାଉଛି। ଚୀନର ସିଓନରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଥିଲା। ଏହି ଭୂସ୍ଖଳନ ଫଳରେ ୨୦୨୩ ମସିହାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା।
ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜିର ସୂଚନ ମୁତାବକ, ଭୂମିକମ୍ପ ଚୀନ୍ ଓ ନେପାଳ ସୀମା ପାଖ ଦକ୍ଷିଣ ଝିଞ୍ଜିୟାଙ୍ଗରେ କେନ୍ଦ୍ରୀଭୂତ ହୋଇଛି। ଭୂଗର୍ଭର ୮୦ କିଲୋମିଟରରେ ଏହା ସୃଷ୍ଟି ହୋଇଥିବା ଜଣାପଡିଛି। ଭୂକମ୍ପରେ କ୍ଷୟକ୍ଷତିର ସୂଚନା ମିଳିନାହିଁ। ପ୍ରଭାବିତ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।