ପୁଲିସ-ମାଓବାଦୀ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ
![](https://www.odishalink.com/wp-content/uploads/2020/11/Maoists.jpg)
ଓଏଲ୍ ବ୍ୟୁରୋ: ବୌଦ୍ଧରେ ପୁଣି ପୁଲିସ-ମାଓବାଦୀ ଗୁଳି ବିନିମୟ ହୋଇଥିବା ଖବର ସାମ୍ନାକୁ ଆସିଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ପୁଲିସର ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ ହୋଇଥିଲା। ଗୋଟିଏ ମାଓ କ୍ୟାମ୍ପ ଧ୍ୱଂସ ହୋଇଥିବାବେଳେ ଛତ୍ରଭଙ୍ଗ ଦେଲେ ୨୫ରୁ ୩୦ ମାଓବାଦୀ। ଲ୍ୟାଣ୍ଡମାଇନ, ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।