ରାଜ୍ୟକୁ ଗର୍ବିତ କଲା ମୟୂରଭଞ୍ଜ; ଓଡ଼ିଶା ପାଇପ୍ ବ୍ୟାଣ୍ଡ ଦେଶରେ ପ୍ରଥମ
![](https://www.odishalink.com/wp-content/uploads/2024/01/band-750x430.jpg)
ଓଏଲ୍ ବ୍ୟୁରୋ: ଓଡିଶାକୁ ଗର୍ବିତ କଲା ମୟୂରଭଞ୍ଜ। ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲା ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ ପାଇପ ବ୍ୟାଣ୍ଡ (ବାଳିକା) ଅଧିକାର ପ୍ରଥମ ସ୍ଥାନ କରିଛି। ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସଫଳତା ହାସଲ କରିଛନ୍ତି।
ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ପାଇଲେ ପ୍ରଥମ ସ୍ଥାନ। ଜାନୁଆରୀ ୨୧ ଓ ୨୨ ଦୁଇଦିନ ବ୍ୟାପୀ ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ପ୍ରତିଯୋଗିତା ହୋଇଥିଲା। ପାଇପ ବ୍ୟାଣ୍ଡ ବାଳିକା ବିଭାଗରେ ଅଂଶଗ୍ରହଣ କରି ଦେଶରେ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି।