ବିମାନ ଦୁର୍ଘଟଣା: ୬ ଜଣ ଗୁରୁତର ଆହତ
![](https://www.odishalink.com/wp-content/uploads/2024/01/mizo-750x430.jpg)
ଓଏଲ୍ ବ୍ୟୁରୋ: ଲେଙ୍ଗପୁଇ ବିମାନବନ୍ଦରରେ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଲେଙ୍ଗପୁଇ ବିମାନବନ୍ଦରରେ ଦୁର୍ଘଟଣା ହେବା ପରେ ୬ ଜଣ ଆହତ ହୋଇଛନ୍ତି। ବିମାନରେ ପାଇଲଟଙ୍କ ସହିତ ୧୪ ଜଣ ଲୋକ ଥିଲେ। ଆହତମାନଙ୍କୁ ଲେଙ୍ଗପୁଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମିଜୋରାମ ଡିଜିପି ସୂଚନା ଦେଇଛନ୍ତି।