ବିମାନ ଦୁର୍ଘଟଣା: ଚାଲିଗଲା ୬ ଜୀବନ

ଓଏଲ୍ ବ୍ୟୁରୋ: କାନାଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ରହିଛି। ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଦୁର୍ଘଟଣା ହୋଇଛି।
ସୂଚନା ଅନୁସାରେ, ଗତକାଲି ଲେଙ୍ଗପୁଇ ବିମାନବନ୍ଦରରେ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଲେଙ୍ଗପୁଇ ବିମାନବନ୍ଦରରେ ଦୁର୍ଘଟଣା ହେବା ପରେ ୬ ଜଣ ଆହତ ହୋଇଛନ୍ତି। ବିମାନରେ ପାଇଲଟଙ୍କ ସହିତ ୧୪ ଜଣ ଲୋକ ଥିଲେ। ଆହତମାନଙ୍କୁ ଲେଙ୍ଗପୁଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମିଜୋରାମ ଡିଜିପି ସୂଚନା ଦେଇଛନ୍ତି।