ଟ୍ରେନର ଟ୍ରାଏଲ ରନ୍ ସମୟରେ ଅଘଟଣ: ଚାଲିଗଲା ଦୁଇ ଜୀବନ
![](https://www.odishalink.com/wp-content/uploads/2023/01/TRAIN-750x430.jpg)
ଓଏଲ୍ ବ୍ୟୁରୋ: ଟ୍ରେନର ଟ୍ରାଏଲ ରନ୍ ସମୟରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରାଏଲ ରନ୍ ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିଲା। ଏହି ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।
ରେଳ ଚଳାଚଳକୁ ସୁଗମ କରିବା ପାଇଁ ରାୟଗଡ଼ାରୁ ସିଙ୍ଗପୁର ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ୍ କାମ ଚାଲିଛି। ରାତିରେ ଏହି ଲାଇନର ରାୟଗଡ଼-ଜେକେପୁର ମଧ୍ୟରେ ଟ୍ରାଏଲ ରନ୍ କରାଯାଉଥିଲା। ଟ୍ରାକରେ କିଛି ଲୋକ ବସିଥିଲେ କିମ୍ବା କାମ କରିବା ସମୟରେ ଟ୍ରେନ୍ ମାଡି ଯାଇଥିଲା ବୋଲି କୁହାଯାଉଛି। ମୃତକ ଚାନ୍ଦିଲି ଥାନା ଦେବଦଳା ଗାଁର ବୋଲି ଜଣାପଡ଼ିଛି। ଜିଆରପି ଘଟଣାର ତଦନ୍ତ ଆରମ୍ଭ କରିଛି। ରେଳ ନିରାପତା କମିଶନର ବ୍ରିଜେଶ କୁମାର ଲାଇନ୍ ଅନୁଧ୍ୟାନ କରି ଫେରିବାର କିଛି ଘଣ୍ଟା ପରେ ଅଘଟଣ ଘଟିଥିବା ସୂଚନା ମିଳିଛି।