ଭୁସୁଡ଼ିଲା ସୁନା ଖଣି; ୭୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ

ଓଏଲ୍ ବ୍ୟୁରୋ: ମାଲିରେ ସୁନା ଖଣି ଭୁଶୁଡ଼ି ଯାଇଥିବା ଖବର ସାମ୍ନାକୁ ଆସିଛି। ସୁନା ଖଣି ଧସିବା ଦ୍ୱାରା ୭୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଙ୍ଗିବା ଜିଲ୍ଲା ଦକ୍ଷିଣ ପଶ୍ଚିମ କୌଲିକୋରୋ ଅଞ୍ଚଳରେ ଧସିଲା ଖଣି। ଖଣିରେ ୨୦୦ରୁ ଅଧିକ ଶ୍ରମିକ କାମ କରୁଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ଘଟଣାର ତଦନ୍ତ ଜାରି ରହିଛି।