ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ; ବିମାନ ଉଡ଼ାଣ ଉପରେ ଲାଗିଲା କଟକଣା

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। ଦିଲ୍ଲୀରେ ଗଣତନ୍ତ୍ର ଦିବସକୁ ନଜରରେ ରଖି ବିମାନ ଉଡାଣକୁ ନେଇ କଟକଣା ଜାରି କରାଯାଇଛି। ସକାଳ ୧୦ଟା ୨୦ରୁ ୧୨ଟା ୪୫ ଯାଏ ଉଡ଼ିବନି ବିମାନ। ଜାନୁଆରୀ ୨୬ ଯାଏ ଟେକ୍ ଅଫ କିମ୍ବା ବିମାନ ଲ୍ୟାଣ୍ଡିଂ କରିବନି। ବିଟିଂ ରିର୍ଟିଟ୍ ପାଇଁ ଜାନୁଆରୀ ୨୯ରେ ବି ବିମାନ ଉଡ଼ାଣ ପାଇଁ କଟକଣା ଜାରି କରାଯାଇଛି।
ଏଥର କର୍ତ୍ତବ୍ୟ ପଥରେ ମନମୋହିବ ଓଡ଼ିଶା ପ୍ରଜ୍ଞାପନ ମେଢ଼। ଏହା ସହ ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ଼। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି। ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ପଠାଯାଇଥିଲା। ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା।