କର୍ତ୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସ ପାଳିତ: ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
ଓଏଲ୍ ବ୍ୟୁରୋ: ଦେଶ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ପିଲ୍ଲୀରୁ ଦିଲ୍ଲୀ ଯାଏଁ ଆଜି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ପାଳନ କରାଯାଉଛି। ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି। ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟ ଉପସ୍ଥିତ ରହିଥିଲେ।
ସାଧାରଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି କହିଛନ୍ତି, କେବଳ ଅଧିକାର ଚାହୁଁଥିବା ପ୍ରଜା ଉନ୍ନତି କରିପାରିବନି’ ଦେଶର ଉନ୍ନତି ପାଇଁ କର୍ତ୍ତବ୍ୟ ସଂପାଦନ କରିବାକୁ ହେବ। ଦେଶକୁ ଆଗକୁ ନେବା ହେଉଛି ସମସ୍ତଙ୍କ ଦାୟିତ୍ବ। ଦେଶକୁ ନୂଆ ଉଚ୍ଚତାକୁ ନେବାକୁ ସୁବର୍ଣ୍ଣ ସୁଯୋଗ ମିଳିଛି। କର୍ପୁରୀ ଠାକୁରଙ୍କ ଜୀବନ ହିଁ ଏକ ସନ୍ଦେଶ। ପୁରୁଷ-ନାରୀ ସମାନତା ବିକଶିତ ଦେଶର ଏକ ଲକ୍ଷଣ। ସେହିପରି ଚନ୍ଦ୍ରଯାନ, ଆଦିତ୍ୟ-L1 ଓ ସାଟେଲାଇଟର ସଫଳତାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।