Odisha Link
Bridging the Missing Links in Odisha

ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ; ଝାରସୁଗୁଡାରେ ମିନି ମାରାଥନ୍

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ଆଜି ପୂରିଛି ବର୍ଷେ। ହତ୍ୟାକାଣ୍ଡକୁ ଏକ ବର୍ଷ ପୁରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ଏହାରି ଭିତରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାର କାରଣ ରହସ୍ୟ ଘେରରେ ରହିଛି।

ଅନ୍ୟପଟେ, ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି ଅବସରରେ ଝାରସୁଗୁଡା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜିତ ହୋଇଛି। ଏହି ଅବସରରେ ମନମୋହନ ସ୍କୁଲ ପଡ଼ିଆରୁ ମିନି ମାରାଥନ ବାହାରିଛି। ଏଥିରେ ଝାରସୁଗୁଡ଼ାର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ଏହାସହ ଝାରସୁଗୁଡ଼ା ଏସପି ଅଫିସ ସମ୍ମୁଖରେ ନବ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କରାଯାଇ ସ୍ଥାନୀୟ ଛକକୁ ନବ ଦାସଙ୍କ ନାଁରେ ନାମିତ କରାଯିବ।

ଖବର ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ସ୍ୱର୍ଗତ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବା ବେଳେ, ଗାନ୍ଧୀଛକ ପାଣ୍ଡିରେ କାର୍ଯ୍ୟରତ ପୁଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନଥିବାବେଳେ ଅଭିଯୁକ୍ତ ଗୋପାଳ ଥାନାରେ ଦିନ କାଟୁଛି।

Leave A Reply

Your email address will not be published.