ରାଜ୍ୟରେ ଶୀତର ଲେଉଟାଣି; ଘନକୁହୁଡ଼ି ନେଇ ସତର୍କ ସୂଚନା ଜାରି

ଓଏଲ୍ ବ୍ୟୁରୋ: ପଶ୍ଚିମ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ମେଘୁଆ ଓ କୋହଲା ପାଗ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଏବେ ପୁଣି ତଳମୁହାଁ ହୋଇଛି ପାରଦ। ଯାହା ଫଳରେ ଶୀତ ବଢ଼ିବାରେ ଲାଗିଛି।
ଆଜି ୧୩ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୨ ସହର। ସୁନ୍ଦରଗଡ଼ର ତାପମାତ୍ରା ୮ ଡିଗ୍ରୀକୁ ଖସିଛି। ଏହା ସହ ଘନ କୁହୁଡ଼ି ନେଇ ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼କୁ ଆଲର୍ଟ କରାଯାଇଛି।