ନିର୍ବାଚନ ଲଢ଼ିବେନି ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ସୁର ରାଉତରାୟଙ୍କ ପରେ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ଲଢ଼ିବେନି ୨୦୨୪ ନିର୍ବାଚନ। ନରସିଂହ ମିଶ୍ର କହିଲେ, ତାଙ୍କ ବଦଳରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର।
ସାନପୁଅକୁ ବିଧାନସଭା ନିର୍ବାଚନ ଲଢ଼ାଇବାକୁ ଇଚ୍ଛାପ୍ରକାଶ କଲେ। ୫ଟି କର୍ମୀ ସମାବେଶରୁ କର୍ମୀମାନେ ସେମାନଙ୍କର ଇଚ୍ଛା ଜଣାଇଛନ୍ତି। ପୁଅ ଲୋକସଭାରୁ ଲଢ଼ିଥିଲା, ଏଥର ବିଧାନସଭାରୁ ଲଢ଼ିବ। ଲୋକସଭା ପାଇଁ ଭଲ ପ୍ରାର୍ଥୀ ଖୋଜା ଚାଲିଛି। ସମସ୍ତଙ୍କ ମତ ସାନ ପୁଅ ସମରେନ୍ଦ୍ର ବିଧାନସଭା ନିର୍ବାଚନ ଲଢୁ଼ ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି।