ପର୍ଯ୍ୟଟକଙ୍କ ପାଇଁ ଖୁସିଖବର; ଚନ୍ଦକା ଅଭୟାରଣ୍ୟରେ ଆରମ୍ଭ ହେଲା ନାଇଟ ସଫାରୀ

ଓଏଲ୍ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ଗତକାଲିଠୁ ଭରତପୁର ସଫାରୀରେ ‘ନାଇଟ୍ ନକଚରାଲ୍ ଟ୍ରେଲ୍’ ଆରମ୍ଭ ହୋଇଛି। ଓଡ଼ିଶା ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ନାଇଟ ସଫାରୀ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହୋଇଛି ଏହି ନାଇଟ୍ ସଫାରୀ। ରାତି ସାଢେ ୯ଟା ଯାଏଁ ଖୋଲା ରହିବ ସଫାରୀ, ଚାଲିବ ଟ୍ରେଲ୍। ରାତି ସାଢେ ୯ଟାରୁ ସକାଳ ସାଢେ ୯ଟା ଯାଏଁ ବନ୍ଦ ରହିବ ସଫାରୀ। ନାଇଟ୍ ନକଚରାଲ୍ ଟ୍ରେଲ୍ ଯୋଗୁଁ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲାର ଉପକୃତ ହେବେ। ଦିନବେଳା ସମୟ ପାଉନଥିବା ବ୍ୟକ୍ତି ସନ୍ଧ୍ୟାରେ ଅଭୟାରଣ୍ୟ ବୁଲିପାରିବେ।