Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ସମର୍ଥ ବର୍ମା

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ଆଜି ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସର୍ବାଧିକ ଚର୍ଚ୍ଚାରେ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ବଦଳି କରିଛନ୍ତି ସରକାର। ସମର୍ଥଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି ଓ ରଞ୍ଜନଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ଅତିରିକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ସମର୍ଥ ବର୍ମା ଦାୟିତ୍ବ ଗ୍ରହଣ କରିଛନ୍ତି।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ରଂଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି। ସେହିପରି ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆର୍‌ଡିସି। ପୁରୀ ଜିଲ୍ଲାପାଳ ଭାବେ ବିଜୟ ଦାସଙ୍କୁ ନିଯୁକ୍ତ କରାଯାଇଛି।

ସେହିପରି ନୟାଗଡ଼ ଜିଲ୍ଲାପାଳ ଭାବେ ସ୍ବଧା ଦେବ ସିଂଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଅନୁଗୁଳ ଜିଲ୍ଲାପାଳ ଅବଦଲ ଅଖତର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, କୋରାପୁଟ ଜିଲ୍ଲାପାଳ କିର୍ତ୍ତୀ ଭାସାନ୍, ମୟୂରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେ, କଟକ ଜିଲ୍ଲାପାଳ ବୀନିତ ଭରଦ୍ବାଜ, ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଚଞ୍ଚଲ ରାଣାଙ୍କୁ ନିଯୁକ୍ତ କରାଯାଇଛି।

ସେହିପରି ସିଦ୍ଧାର୍ଥ ଶଙ୍କର ସ୍ବାଇଁ ହେଲେ କଟକ ମହାନଗର କମିଶନର। ମନୀଷ ବାନାର୍ଜୀ ହେଲେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ। କେ ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ। ନିଖିଲ ପବନ କଲ୍ୟାଣ ହେଲେ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ। ତେମ୍‌ଜେଙ୍ଗ ଓ୍ବାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସଚିବଙ୍କୁ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.