ଅଡ଼ୁଆରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ; ରାଞ୍ଚି ବାସଭବନ ଆଗରେ ଜାରି ହେଲା ୧୪୪ ଧାରା

ଓଏଲ୍ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବଢୁଛି ଅଡୁଆ। ହେମନ୍ତ ସୋରେନଙ୍କ ରାଞ୍ଚି ବାସଭବନ ଆଗରେ ୧୪୪ ଧାରା ଜାରି କରାଯାଇଛି। ଘର ଠାରୁ ୧୦୦ ମିଟର ପରିସର ମଧ୍ୟରେ ୧୪୪ ଲାଗିଲା। ରାଜଭବନ ଓ ଇଡି ଅଫିସର ୧୦୦ ମିଟର ପରିସରରେ ବି ୧୪୪ ଧାରା ଜାରି ହୋଇଛି। ଇଡି ହେମନ୍ତ ସୋରେନଙ୍କୁ ଖୋଜୁଥିଲେ ବି ପତ୍ତା ମିଳୁନି।
ସୂଚନା ଅନୁସାରେ, ଗତକାଲି ହେମନ୍ତ ସୋରେନଙ୍କ ଘରେ ଇଡି ଟିମ୍ ଚଢ଼ାଉ କରିଥିଲା। ହେମନ୍ତ ସୋରେନଙ୍କ ଦିଲ୍ଳୀ ବାସଭବନରେ ଇଡି ଟିମ୍ ପହଂଚିଥିଲେ , ହେଲେ ହେମନ୍ତ ସୋରେନଙ୍କ ପତ୍ତା ମିଳିନଥିଲା। ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଇଡି ପକ୍ଷରୁ ପଚରାଉଚରା ଜାରି ହୋଇଥିଲା। ୯ ଥର ସମନ ସତ୍ତ୍ୱେ ଇଡିରେ ହେମନ୍ତ ସୋରେନ ହାଜର ହୋଇ ନଥିଲେ।