ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ମାନ୍ୟତା ହାସଲ କଲା ସୁନାପୁର ବିଚ୍

ଓଏଲ୍ ବ୍ୟୁରୋ: ଗଞ୍ଜାମ ସୁନାପୁର ବିଚ୍କୁ ସମ୍ମାନଜନକ ବ୍ଲୁ ଫ୍ଲାଗ୍ ବିଚ୍ର ମାନ୍ୟତା ମିଳିଛି। ୪ଟି ପ୍ରମୁଖ କ୍ରାଇଟେରିଆ ସମେତ ୩୩ଟି ଦିଗକୁ ନେଇ ମାନ୍ୟତା ମିଳିଛି। ମାନ୍ୟତା ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା। ଡେନ୍ ମାର୍କ ସ୍ଥିତ ଫାଉଣ୍ଡେସନ୍ ଫର୍ ଏନଭରମେଣ୍ଟ ଏଜୁକେସନ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫଟୋ ସେୟାର କରିବା ସହ ଖୁସିବ୍ୟକ୍ତ କରିଛନ୍ତି। ପରିବେଶ ମାନ , ସ୍ବଚ୍ଛତା ଓ ପର୍ଯ୍ୟଟନ ଅନୁକୁଳ ଦିଗକୁ ଦେଖି ଏହି ମାନ୍ୟତା ଦିଆଯାଇଛି। ବ୍ଲୁ ଫ୍ଲାଗ୍ ବିଚ୍ର ମାନ୍ୟତା ପାଇବା ପରେ ଏହା ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।