ବ୍ରହ୍ମପୁର ଗସ୍ତରେ ୫-ଟି ଅଧ୍ୟକ୍ଷ: ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ଗୁରୁମନ୍ତ୍ର

ଓଏଲ୍ ବ୍ୟୁରୋ: ବ୍ରହ୍ମପୁର ଗସ୍ତରେ ୫-ଟି ଅଧ୍ୟକ୍ଷ। ଆମ୍ବପୁଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଦିନକୁ ୧୪ ଘଣ୍ଟା କଠିନ ପରିଶ୍ରମ କଲେ ନିଶ୍ଚିତ ରୂପେ ସଫଳତା ପାଦ ଚୁମିବ ବୋଲି ସେ କହିଛନ୍ତି। ସେ ଏହାର ଉଦାହରଣ ଦେବାକୁ ଯାଇ କ୍ରିକେଟ କିମ୍ବଦନ୍ତି ସଚିନ ତେନ୍ଦୁଲକରଙ୍କ ପରାମର୍ଶ ଦେଇଛନ୍ତି। ବିଶ୍ବ କପ ହକି ବେଳେ ଅତିଥିଭାବେ ଓଡ଼ିଶା ଆସିଥିବା ବେଳ ସଚିନ ତେନ୍ଦୁଲକରଙ୍କ ସହ ଆଲୋଚନା କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଏହି ସମୟରେ ସଫଳତା ପାଇଁ ଜୀବନରେ କଣ କରିବାକୁ ପଡିବ ବୋଲି ପଚାରିଥିବା ପ୍ରଶ୍ନର ଅତି ସରଳ ଉତ୍ତର ରଖିଥିଲ ସଚିନ। ସଫଳତା ପାଇଁ କଠିନ ପରିଶ୍ରମ ହିଁ ଏକ ମାତ୍ର ମାଧ୍ୟମ ସେ କହିଥିଲେ।
ଏହା ସହ ଗଞ୍ଜାମ ତାଙ୍କ ପ୍ରିୟ ଜିଲ୍ଲା ବୋଲି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି। ଜୀବନରେ ସଫଳ ହେବାକୁ ହେଲେ ୬ଟି ଦିଗ ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦୋଇଛନ୍ତି। ଠାକୁର ଆମକୁ ସୁସ୍ଥ ଶରୀର ଉପହାର ଦେଇଛନ୍ତି। ଫିଜିକାଲ ଫିଟନେସ ପାଇଁ ଅଧଘଣ୍ଟା ବ୍ୟାୟାମ କରିବା ନିହାତି ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ପରାର୍ମଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ନିଜ ବୁଦ୍ଧିକୁ ଶାନ୍ତିରେ ଉପଯୋଗ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ କହିଛନ୍ତି। ତେବେ ସୋସିଆଲ ମିଡ଼ିଆକୁ ଉପଯୁକ୍ତ କାର୍ଯ୍ୟରେ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି।