କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ: ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ

ଓଏଲ୍ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଷଷ୍ଠ ବଜେଟ୍ ପରିବେଷଣ। ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟରେ ବଡ ଘୋଷଣା ହେବା ନେଇ ସମସ୍ତଙ୍କ ମନରେ ଆଶା ରହିଥିଲା। ବିଶେଷ କରି ଟ୍ୟାକ୍ସରୁ ନେଇ କୃଷକ ଓ ମହିଳାଙ୍କ ପାଇଁ ଏହି ବଜେଟ୍ ଆଶାଜନକ ହେବ ବୋଲି ଆଶା କରାଯାଉଥିବାବେଳେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି। ସବ୍କା ସାଥ୍, ସବକା ବିକାଶ ଓ ସବ୍କା ପ୍ରୟାସ ଚାଲୁ ରହିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏହା ଏକ କାମଚଳା ବଜେଟ୍। ଏଥିରେ ବଡ଼ ଘୋଷଣା କରିବା ଲାଗି ସରକାରଙ୍କ ପାଖରେ ବିଶେଷ ସୁଯୋଗ ନାହିଁ। ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ଏହି ସମୟ ପାଇଁ ବିଭିନ୍ନ କ୍ଷେତ୍ର ଓ ଯୋଜନା ଲାଗି ଆବଶ୍ୟକ ପାଣ୍ଠି ଲାଗି ବଜେଟ୍ରେ ବ୍ୟବସ୍ଥା କରାଯିବ। ନୂତନ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ। ବର୍ଷକର ଆୟବ୍ୟୟ ହିସାବ ଦେଇ ସରକାର ପ୍ରଥମ ୪ ମାସର ଖର୍ଚ୍ଚ ଅନୁମତି ମାଗିବେ।