ମାତିଛନ୍ତି ଦୁର୍ବୃତ୍ତ; ପୁଣି ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରୁ ଲୁଟ୍

ଓଏଲ୍ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁ ମଧ୍ୟରେ ଭୁବନେଶ୍ୱରରେ ପୁଣି ଏକ ଆପାର୍ଟମେଣ୍ଟରୁ ଲୁଟ୍ ହୋଇଛି। ଭୁବନେଶ୍ୱରରେ ମଞ୍ଚେଶ୍ୱର ସତ୍ୟବାଦୀ ରେସିଡେନ୍ସିରେ କଳାକନା ବୁଲାଇଲେ। ୨ଟି ଫ୍ଲାଟରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ଲୁଟ ହୋଇଥିବା ଅଭିଯୋଗ ମଧ୍ୟ ରହିଛି।