ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ; ୮ରେ ଆଗତ ହେବ କାମଚଳା ବଜେଟ୍

ଓଏଲ୍ ବ୍ୟୁରୋ: ଆଜିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆଜିଠୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ଏଥର ବିଧାନସଭାରେ ୭ଟି କାର୍ଯ୍ୟଦିବସ ରହିଛି। ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ପ୍ରଥମେ ରାଜ୍ୟପାଳ ଅଭିଭାଷଣ ରଖିବେ। ୮ରେ କାମଚଳା ବଜେଟ ଉପସ୍ଥାପନ କରାଯିବ।
ଏହା ପୂର୍ବରୁ ଗତକାଲି ବାଚସ୍ପତି ସର୍ବଦଳୀୟ ବୈଠକ କରିଥିଲେ। ଗୃହକୁ ଶାନ୍ତିଶୃଙ୍ଖଳାର ସହ ଚଳାଇବା ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ବିଧାନସଭା ଅଧିବେଶନ ପାଇଁ ଉଭୟ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହାରି ଭିତରେ ବିରୋଧୀଙ୍କ ପ୍ରସଙ୍ଗ ଓ ସରକାରଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି। ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଷୋଡଶ ବିଧାନସଭାର ୧୫ତମ ଅଧିବେଶନରେ ସାରା ରାଜ୍ୟର ନଜର ରହିଛି ।