ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା: ବଡ଼ ରାୟ ଶୁଣାଇଲେ କୋର୍ଟ
ଓଏଲ୍ ବ୍ୟୁରୋ: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାକୁ ନେଇ ଆଜି ଚୂଡ଼ାନ୍ତ ରାୟ ଆସିଛି। ନୟାଗଡ଼ ଏଡିଜେ କୋର୍ଟ ରାୟ ପ୍ରକାଶ କରିଛନ୍ତି। ଘଟଣାରେ ୩୧ଜଣଙ୍କ ବୟାନ ଗ୍ରହଣ କରାଯାଇଥିବାବେଳେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି। ତେବେ ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଏହି ଘଟଣାକୁ ନେଇ ଏଡିଜେ କୋର୍ଟ ରାୟ ଶୁଣାଇଛନ୍ତି।
ସୂଚନା ଅନୁସାରେ, ପୂର୍ବରୁ ନୟାଗଡ଼ ଯଦୁପୁର ଅଞ୍ଚଳର ୫ବର୍ଷୀୟ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଘଟଣାଟି ପୁରା ରାଜ୍ୟରେ ଚହଳ ପକାଇଥିଲା। ନୟାଗଡ଼ର ଏହି ୫ବର୍ଷୀୟ ଝିଅ ପରୀ ଘର ସମ୍ମୁଖରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା ଏବଂ ଏହାର ୧୦ ଦିନ ପରେ ମୃତଦେହ ମିଳିଥିଲା।
ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିଲା। ଏସଆଇଟି ଗଠନ କରାଯିବାପରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଗିରଫ କରାଯାଇଥିଲା। ପୋକ୍ସୋ କୋର୍ଟ ଗିରଫ ସରୋଜଙ୍କୁ ନାବାଳକ ଦର୍ଶାଇବା ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା।