ବେଆଇନ ବାଲି ଖାଦାନ ମାମଲା: ସର୍ତ୍ତମୂଳକ ଅନୁମତି ଦେଲେ ହାଇକୋର୍ଟ

ଓଏଲ୍ ବ୍ୟୁରୋ: ହାଇକୋର୍ଟରେ ବେଆଇନ୍ ବାଲି ଖାଦାନ ମାମଲା ସାମ୍ନାକୁ ଆସିଥିଲା। ବାଲି ଉଠାଣ ଓ ପରିବହନ ଉପରେ ହାଇକୋର୍ଟ ଅଙ୍କୁଶ ବଳବତ୍ତର ରଖିଛନ୍ତି। ସକାଳ ୭ରୁ ରାତି ୯ ଯାଏଁ ବାଲି ପରିବହନ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକ ସ୍ଥଳେ ବାଲିଉଠାଣ ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ମେସିନ୍ ଜରିଆରେ ବାଲି ଉଠାଣ ପାଇଁ ପରିବେଶ ମଞ୍ଜୁରୀ ଆବଶ୍ୟକ। ଭୌଗୋଳିକ ସ୍ଥିତି, ବାଲି ପରିମାଣ, ନଦୀ ଗତିପଥ ଦେଖି ଅନୁମତି ମିଳିବ।