ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ୟୁସିସି ବିଲ୍ ଆଗତ
ଓଏଲ୍ ବ୍ୟୁରୋ: ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଏକକ ନାଗରିକ ସଂହିତା ବା ୟୁସିସି ବିଲ୍ ଆଗତ ହୋଇଛି। ଉତ୍ତରାଖଣ୍ଡରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ। ବିଲ୍ ଆଗତ ବେଳେ ବିରୋଧୀ କଂଗ୍ରେସ ବିଧାୟକ ହୋହଲ୍ଲା କରିଛନ୍ତି। ଏହା ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବୀ ରଖାଯାଇଛି।
ସୂଚନା ଅନୁସାରେ, ଗତ ରବିବାର ୟୁସିସି ରିପୋର୍ଟକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିଲା। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ବରେ ଗଠିତ ପାଞ୍ଚ ଜଣିଆ ୟୁସିସି ଡ୍ରାଫ୍ଟିଂ କମିଟି ପକ୍ଷରୁ ଏହି ଚିଠା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିକଟରେ ଦାଖଲ କରାଯାଇଥିଲା। ରାଜ୍ୟରେ ଗୋଟିଏ ପ୍ରକାର ସିଭିଲ ଆଇନ କାର୍ଯ୍ୟକାରୀ କରିବା ଲାଗି ୟୁସିସି କମିଟି ରିପୋର୍ଟରେ ଦର୍ଶାଇଯାଇଥିଲା। ବିଧାନସଭାରେ ୟୁସିସି ବିଲ୍ ଗୃହୀତ ହେବା ପରେ ୟୁସିସି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି।