‘ଏ ସ୍ୱର ମୋତେ ଦେଶବାସୀ ଦେଇଛନ୍ତି, ଆପଣମାନେ ମୋ ସ୍ୱର ଦବେଇ ପାରିବେନି’

ଓଏଲ୍ ବ୍ୟୁରୋ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଅବସରରେ ମୋଦି ବକ୍ତବ୍ୟ ଦେଇ କହିଛନ୍ତି ଏଭଳି ପ୍ରେରଣାଦାୟୀ ଉଦବୋଧନ ପାଇଁ ରାଷ୍ଟ୍ରପତିଙ୍କୁ କୃତଜ୍ଞତା। ରାଷ୍ଟ୍ରପତିଙ୍କ ଉଦବୋଧନ ଦେଶକୁ ନୂଆ ଦିଗ ଦେଖାଇବ। ଏହା ସହ ଶ୍ରୀ ମୋଦି ଆରମ୍ଭରୁ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଆପଣମାନେ ମୋ ସ୍ୱର ଦବେଇ ପାରିବେନି। ଏ ସ୍ୱର ମୋତେ ଦେଶବାସୀ ଦେଇଛନ୍ତି।
କଂଗ୍ରେସର ଚିନ୍ତନ ଶକ୍ତି ଆଉଟ୍ ଡେଟେଡ୍ ହୋଇଗଲାଣି। ଦଳର ଏ ଅବସ୍ଥା ଦେଖି ଆମକୁ ଖୁସି ଲାଗୁନି। ଗଣତନ୍ତ୍ରର ତଣ୍ଟି ଚିପିଥିବା କଂଗ୍ରେସ ସଂଘୀୟ ବ୍ୟବସ୍ଥା ପ୍ରବଚନ ଦେଉଛି। ବିଛିନ୍ନତାବାଦକୁ ପ୍ରୋତ୍ସାହନ ଦେଉଥିବା କଂଗ୍ରେସ ରାଷ୍ଟ୍ର ସୁରକ୍ଷା କଥା କହୁଛି। ୧୦ ବର୍ଷରେ ୧୨ରୁ ୧୧ ସ୍ଥାନକୁ ଆଣିଥିବା କଂଗ୍ରେସ ଅର୍ଥନୀତି ଭାଷଣ ଶୁଣାଉଛି। କଂଗ୍ରେସର ନେତା, ନୀତିର ଗ୍ୟାରେଣ୍ଟି ନାହିଁ, ମୋଦି ଗ୍ୟାରେଣ୍ଟିର ପ୍ରଶ୍ନ କରୁଛି। ୟୁପିଏର ୧୦ ବର୍ଷର ଶାସନରେ ପଲିସି ପାରାଲିସିସ୍ ହୋଇଯାଇଥିଲା। ସ୍ୱାଧୀନତା ପରେ ବି ଗୁଲାମୀ ମାନସିକତା କାହା ପାଖରେ ଥିଲା। ଇଂରେଜମାନେ ତିଆରି କରିଥିବା ପୁରୁଣାକାଳିଆ ଆଇନ କିଏ ଚଲାଇ ରଖିଥିଲା। ଲାଲ୍ବତୀ ସଂସ୍କୃତି କାହିଁକି ହଟାଯାଉନଥିଲା ମୋଦି କହିଛନ୍ତି।
ରାଷ୍ଟ୍ରପତିଙ୍କୁ ଅପମାନିତ କରିବାକୁ ବି କଂଗ୍ରେସ ପଛାଇନି। ବାବା ସାହେବ ନଥିଲେ, ଏସସି/ଏସ୍ଟିଙ୍କୁ ସଂରକ୍ଷଣ ମିଳିନଥାନ୍ତା ବୋଧେ। ପରିବାର ଲୋକଙ୍କୁ ଭାରତ ରତ୍ନ, ବାବା ସାହେବଙ୍କୁ ଦେବାକୁ ଭୁଲିଗଲେ। କଂଗ୍ରେସ ଆଜନ୍ମ ସଂରକ୍ଷଣ ବିରୋଧୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନେହରୁ ନିଜେ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ସଂରକ୍ଷଣ ବିରୋଧୀ କହିଥିଲେ।