ଓଡ଼ିଶା ବଜେଟ୍ ୨୦୨୪: ମେଟ୍ରୋ ପାଇଁ ୧୦୦୦ କୋଟି ବ୍ୟୟବରାଦ
ଓଏଲ୍ ବ୍ୟୁରୋ: ଆଜି ବିଧାନସଭା ଅଧିବେସନର ଚତୁର୍ଥ ଦିନ। ଏହି ଅବସରରେ ଆଜି କାମଚଳା ବଜେଟ୍ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରାଯାଉଛି। ମହିଳା ଓ ଶିଶୁ ବିକାଶ ପାଇଁ ୫୦୧୫.୧୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ ହୋଇଛି। ପର୍ଯ୍ୟଟନ ପାଇଁ ୮୧୭.୯୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ମିଶନ ଶକ୍ତି ପାଇଁ ୨୭୬୦.୮୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
କାଳିଆ ଯୋଜନାରେ ଆର୍ଥିକ ସହାୟତା କାଳିଆ ଯୋଜନାରେ ୬୨.୮୧ ଲକ୍ଷ ଚାଷୀ ପରିବାରକୁ ଆର୍ଥିକ ସହାୟତା ମିଳିଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରିଛି। ୫ ଲକ୍ଷରୁ ଅଧିକ ମିଲେଟ ଚାଷୀଙ୍କ ଜୀବନଶୈଳୀରେ ଆସିଛି ପରିବର୍ତ୍ତନ। ଧାନ ମୂଲ୍ୟ ସଠିକ ସମୟରେ ପ୍ରଦାନ ପାଇଁ ୨ହଜାର କୋଟିର ରିଭଲ୍ଭିଂ ଫଣ୍ଡ ବ୍ୟୟବରାଦ କରାଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ ହୋଇଛି। ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି ଯାହା ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ।
ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ କରାଯାଇଛି। ଧାନ ମୂଲ୍ୟ ସଠିକ ସମୟରେ ପ୍ରଦାନ ପାଇଁ ୨ହଜାର କୋଟିର ରିଭଲ୍ଭିଂ ଫଣ୍ଡ। ଆଗାମୀ ୫ ବର୍ଷରେ ୧୮୫୮ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ। ରୂପାନ୍ତରଣ ପାଇଁ ୫ ବର୍ଷରେ ୩୩୮୯ କୋଟି ବ୍ୟୟ କରାଯିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ କରାଯାଇଛି।
ଗତ ୩ ତାରିଖ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଥିଲା। ସାଧାରଣ ନିର୍ବାଚନ ଆଗକୁ ଥିବାରୁ ବଜେଟକୁ ନେଇ ଶାସକ ଦଳ ବଡ ଘୋଷଣା କରିପାରେ ବୋଲି ଆଶା କରାଯାଉଛି। ତେବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କାମଚଳା ବଜେଟ୍ ଆଗତ କରୁଛନ୍ତି। ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ ହୋଇଥିବାବେଳେ ବିଭିନ୍ନ ଯୋଜନାକୁ ନେଇ ଅନେକ ବର୍ଗର ଲୋକଙ୍କ ଆଶା ରହିଛି।