Odisha Link
Bridging the Missing Links in Odisha

ଭୁବନେଶ୍ୱର ଆଇନ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ ହେଲା ଆଇନ ସଚେତନତା କାର୍ଯ୍ୟକ୍ରମ

ଓଏଲ୍‌ ବ୍ୟୁରୋ: ଆଜି ଭୁବନେଶ୍ୱର ଆଇନ ମହାବିଦ୍ୟାଳୟ ତରଫରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ବର ନିକଟସ୍ଥ ନନ୍ଦିନୀ ପଲ୍ଲୀ, ମୁଣ୍ଡା ସାହି ଛକ ନିକଟ ବିଜୁ ଆଦର୍ଶ କଲୋନୀ ଠାରେ ଅନୁଷ୍ଠିତ ହୋଯାଇଅଛି। ଏହି ସଚେତନତା କାର୍ଯ୍ୟକ୍ରମର ବିଷୟବସ୍ତୁ ଟି ଥିଲା ”ଶ୍ରମିକ ମାନଙ୍କ ଅସୁବିଧା ଓ ଶ୍ରମିକ ଆଇନ”। ଏହି କାର୍ଯ୍ୟକ୍ରମଟି ଭୁବନେଶ୍ୱର ଆଇନ ମହାବିଦ୍ୟାଳୟ ଦ୍ଵାରା ଆୟୋଜନ କରାଯାଇଥିଲା। ଏଥିରେ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ସହ ଶତାଧିକ ଛାତ୍ରଛାତ୍ରି ଯୋଗ ଦାନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର ଗିରିଶ ରଞ୍ଜନ ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର ଗିରିଶ ରଞ୍ଜନ ସାହୁ ଶ୍ରମିକ ମାନଙ୍କର ନିହାତି ଜାଣିବା ଆଇନ ଗୁଡ଼ିକୁ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିବା ସହ ନିଜର ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ। ପରେ ପରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ର ଛାତ୍ରୀ ନିଜର ସ୍ଵତନ୍ତ୍ର ଶୈଳୀରେ ନିଜର ମତାମତ ରଖିଥିଲେ। ଦୀର୍ଘ ଚାରି ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଶ୍ରମିକ ମାନଙ୍କୁ ବାନ୍ଧି ରଖିଥିଲା। ଭୁବନେଶ୍ବର ଆଇନ ମହାବିଦ୍ୟାଲୟର ଛାତ୍ର ଛାତ୍ରୀ ମାନେ ଏ ଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଅନୁଷ୍ଠାନର ଅଧ୍ୟାପକ ଅଭିନାଶ ନନ୍ଦ, ଅଧ୍ୟାପିକା ସାଇନା ସନ୍ତୋଷ ଦାସ, ଅନିମା ସାହୁ ଓ ପଲ୍ଲବୀ ରାଉତ ଉପସ୍ଥିତ ଥିଲେ।

Leave A Reply

Your email address will not be published.