ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଆସନ୍ତା ୨୭ରେ ନିର୍ବାଚନ

ଓଏଲ୍ ବ୍ୟୁରୋ: ଓଡ଼ିଶାର ଖାଲି ପଡୁଥିବା ୩ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ୧୫ଟି ରାଜ୍ୟ ପାଇଁ ତାରିଖ ଘୋଷଣା ହୋଇଛି। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଆସନ୍ତା ୨୦ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ।
ଏପ୍ରିଲ ୩ରେ ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସରିବ। ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି। ଏହି କ୍ରମରେ ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଫେବ୍ରୁଆରୀ ୧୫ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଫେବ୍ରୁଆରୀ ୧୬ରେ ପ୍ରାର୍ଥିପତ୍ର ଯାଂଚ, ୨୦ରେ ହେବ ପ୍ରାର୍ଥିପତ୍ର ପ୍ରତ୍ୟାହାର। ୧୫ ରାଜ୍ୟର ୫୬ ଆସନ ପାଇଁ ଭୋଟ ଗ୍ରହଣ ହେବ।