ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ; କଟକଣା ସତ୍ତ୍ୱେ ଭାଙ୍ଗିଲା ନିୟମ

ଓଏଲ୍ ବ୍ୟୁରୋ: ପୁଣି ଭାଇରାଲ ହେଉଛି ଶ୍ରୀମନ୍ଦିର ଫଟୋ। ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ମନ୍ଦିର ବେଢାର ଫଟୋ ପୋଷ୍ଟ କରିଛନ୍ତି। ଫଟୋଟି ଏକ ପ୍ରଫେସନାଲ କ୍ୟାମେରାରେ ସୁଟ୍ କରାଯାଇଥିବା ଅନୁମାନ କରାଯାଉଛି। ଯାହା ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଚି। ତେବେ ସଂପୃକ୍ତ ଯୁବକ କେମିତି ଓ କିପରି ମୋବାଇଲ କିମ୍ବା କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ, ତାକୁ ନେଇ ପ୍ରଶ୍ନ ଉଠିଛି।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିରକୁ ମୋବାଇଲ୍ ମନା। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ କଡ଼ା ନିର୍ଦେଶ ବି ଜାରି କରିଛି। ଏଭଳି ପରିସ୍ଥିତିରେ କିଭଳି ଶ୍ରୀମନ୍ଦିର ଭିତରକୁ କିଏ ପ୍ରବେଶ କଲା ଏବଂ ଫଟୋ ଉଠାଗଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। କଟକଣା ସତ୍ତ୍ୱେ ନିୟମ ଭାଙ୍ଗିଥିବା ଚର୍ଚାର ବିଷୟ ପାଲଟିଛି।