Odisha Link
Bridging the Missing Links in Odisha

ରାଜ୍ୟରେ ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ ସରକାର ଯୋଜନା କରିଛନ୍ତି: ଅର୍ଥମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ଅଧିବେସନର ଚତୁର୍ଥ ଦିନ। ଆଜି ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ଏହି ଅବସରରେ ଆଜି କାମଚଳା ବଜେଟ୍ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରାଯାଉଛି। ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି ଯାହା ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ। ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ କରାଯାଇଛି।

ଗତ ୩ ତାରିଖ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଥିଲା। ସାଧାରଣ ନିର୍ବାଚନ ଆଗକୁ ଥିବାରୁ ବଜେଟକୁ ନେଇ ଶାସକ ଦଳ ବଡ ଘୋଷଣା କରିପାରେ ବୋଲି ଆଶା କରାଯାଉଛି। ତେବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କାମଚଳା ବଜେଟ୍ ଆଗତ କରୁଛନ୍ତି। ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ ହୋଇଥିବାବେଳେ ବିଭିନ୍ନ ଯୋଜନାକୁ ନେଇ ଅନେକ ବର୍ଗର ଲୋକଙ୍କ ଆଶା ରହିଛି।

Leave A Reply

Your email address will not be published.