ସରିଲା ଷୋଡ଼ଶ ବିଧାନସଭା; ଭାବବିହ୍ୱଳ ହେଲେ ବିଧାୟକ
![](https://www.odishalink.com/wp-content/uploads/2024/02/ass-2.jpg)
ଓଏଲ୍ ବ୍ୟୁରୋ: ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ ଥିଲା। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ଶେଷ ହୋଇଛି। ଆଜି ଷୋଡ଼ଶ ବିଧାନସଭା ଶେଷ ହୋଇଥିବାବେଳେ ବିଧାୟକ ଭାବବିହ୍ୱଳ ହୋଇଛନ୍ତି। ପରସ୍ପରକୁ ଆଲିଙ୍ଗନ କରି ବିଦାୟ ନେଇଛନ୍ତି। ବିଧାୟକ ମାନେ ଜୟ ଜଗନ୍ନାଥ, ଜୟ ଶ୍ରୀରାମ ଓ ଜୟ ଲିଙ୍ଗରାଜ ନାରା ଦେଇଛନ୍ତି।
ଏହା ସହ ଆଜି କାମଚଳା ବଜେଟକୁ ଲେଖାନୁଦାନ ମିଳିଛି। ଗତକାଲି ଆଗତ ହୋଇଥିଲା କାମଚଳା ବଜେଟ। ଏପ୍ରିଲରୁ ୪ମାସ ପାଇଁ ୧ଲକ୍ଷ୧୮ ହଜାର କୋଟି ଲେଖାନୁଦାନ ମିଳିବ। ଆଜି ପ୍ରଶ୍ନକାଳରେ ଶିଳ୍ପ, ଶକ୍ତି, ବୟନଶିଳ୍ପ, ମହିଳା ଶିଶୁ ବିକାଶ ବିଭାଗ ରହିଥିଲା। ଏହା ସହ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ ଆଲୋଚନା ଆରମ୍ଭ ହୋଇଥିଲା। ଶେଷରେ ସମସ୍ତ ବିଧାୟକଙ୍କର ଏକ ଫଟୋ ସେସନ କରାଯାଇଛି।