ବାଜିଲାଣି ନିର୍ବାଚନୀ ବିଗୁଲ: ରାଜ୍ୟସଭା ପାଇଁ ଫର୍ମ କିଣିଲା ବିଜୁ ଜନତା ଦଳ

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଓଡ଼ିଶାରେ ଖାଲି ପଡୁଥିବା ୩ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ରାଜ୍ୟସଭା ପାଇଁ ଫର୍ମ କିଣିଲା ବିଜେଡି। ବିଜୁ ଜନତା ଦଳ ପକ୍ଷରୁ ଫର୍ମ କିଣିଲେ ବିଧାୟକ ଅନନ୍ତ ଜେନା। ଜଣେ ପ୍ରାର୍ଥୀଙ୍କ ପାଇଁ ୪ ସେଟ ଫର୍ମ ଆବଶ୍ୟକ ହେଉଥିବାବେଳେ ୩ ପ୍ରାର୍ଥୀଙ୍କ ପାଇଁ ମୋଟ ୧୨ ସେଟ୍ ଫର୍ମ କିଣିଲେ। ବର୍ତ୍ତମାନ ସୁଦ୍ଧା ମୋଟ୍ ୫ ଜଣ ଫର୍ମ କିଣିଛନ୍ତି।
ସୂଚନା ଅନୁସାରେ, ୧୫ଟି ରାଜ୍ୟ ପାଇଁ ତାରିଖ ଘୋଷଣା ହୋଇଛି। ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଆସନ୍ତା ୨୦ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ। ଏହି କ୍ରମରେ ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ୧୫ ରାଜ୍ୟର ୫୬ ଆସନ ପାଇଁ ଭୋଟ ଗ୍ରହଣ ହେବ।