ବିହାର ରାଜନୀତିରେ ହଟଚମଟ; ବାଚସ୍ପତିଙ୍କ ବିରୋଧରେ ପାରିତ ହେଲା ଅନାସ୍ଥା ପ୍ରସ୍ତାବ

ଓଏଲ୍ ବ୍ୟୁରୋ: ନୀତିଶ କୁମାର ଓ ବିହାର ରାଜନୀତି ପାଇଁ ଆଜିର ଦିନ ବେଶ୍ ମହତ୍ତ୍ୱପୂର୍ଣ୍ଣ ହୋଇଥିବାବେଳେ ବିହାର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବାଚସ୍ପତିଙ୍କ ସପକ୍ଷରେ ଭୋଟ ଦେଲେ ୧୧୨ ବିଧାୟକ ଏବଂ ବିପକ୍ଷରେ ପଡିଲା ୧୨୫ ଭୋଟ। ଏହା ସହ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହୋଇଛି। ଏହାରି ଭିତରେ ଇସ୍ତଫା ଦେଇଛନ୍ତି ବାଚସ୍ପତି ଅବଧ ବିହାରୀ ଚୌଧୁରୀ। ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବା ପରେ ସେ ପଦ ଛାଡିଛନ୍ତି।
ନୀତୀଶ କୁମାରଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପରେ ତାଙ୍କୁ ବାଚସ୍ପତି ପଦରୁ ହଟାଇବା ପାଇଁ ଏକ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା, ଏହା ସତ୍ତ୍ୱେ ସେ ଏହି ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ। ତେବେ ସୋମବାର ଏହି ପ୍ରସ୍ତାବ ଉପରେ ଆଲୋଚନା କରିବା ପରେ ସେ ବାଚସ୍ପତିଙ୍କ ଚେୟାର ଛାଡିଛନ୍ତି। ଅବଧ ଚୌଧୁରୀଙ୍କୁ ୧୨୫ ବନାମ ୧୧୨ ଭୋଟ୍ରେ ବାଚସ୍ପତି ପଦରୁ ହଟାଇ ଦିଆଯାଇଛି। ତାଙ୍କ ପରେ ବିଧାନସଭାର ଉପ ବାଚସ୍ପତି ମହେଶ୍ୱର ହଜାରୀ ଗୃହର ପ୍ରକ୍ରିୟା ପରିଚାଳନା କରିଛନ୍ତି।