ସରକାର ଆଣିଲେ ସ୍ବୟଂ ଯୋଜନା: ବିନା ସୁଧରେ ଯବୁଗୋଷ୍ଠୀଙ୍କୁ ମିଳିବ ୧ଲକ୍ଷ ଟଙ୍କା ଋଣ

ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ଶେଷ ହୋଇଛି। କ୍ୟାବିନେଟରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବରେ ବାଜିଛି ମୋହର। ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ମିଳିଥିବା ତଥ୍ୟ ଅନୁଯାୟର, ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା। ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍ ମିଳିବ। ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଟଙ୍କା ଓ ବ୍ୟାଗ୍। ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ।ଯୋଜନାରେ ରାଜ୍ୟ ସରକାରଙ୍କ ୯୫୯.୫ କୋଟି ଖର୍ଚ୍ଚ ହେବ। ରାଜ୍ୟ ସରକାରଙ୍କ ଖା୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଏହି ସୁବିଧା ପାଇପାରିବେ।
ସେହିପରି ରାଜ୍ୟ ସରକାର ଉଦ୍ୟମୀଙ୍କ ପାଇଁ ଆଣିବେ ସ୍ବୟଂ ଯୋଜନା। ଯୁବକ ଏବଂ ଯୁବତୀଙ୍କୁ ମିଳିବ ସୁଧମୁକ୍ତ ବ୍ୟାଙ୍କ ଋଣ। ଏହି ଯୋଜନା ମାଧ୍ୟମରେ ଉଦ୍ୟୋଗ ଲାଗି ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦିଆଯିବ। ଉଦ୍ୟୋଗ ଥିଲେ ବି ଏହାର ଲାଭ ନେଇପାରିବେ। ଏଥିପାଇଁ ହିତାଧିକାରୀଙ୍କ ବୟସ ୧୭ ବର୍ଷରୁ ୩୫ ବର୍ଷ ମଧ୍ୟରେ ରହିବା ଦରକାର। ଋଣ ସୁଝିବା ପାଇଁ ୪ ବର୍ଷ ସମୟ ଦିଆଯିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ୪୪୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି।