ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଆରଟିଓ; ଠାବ ହେଲା ଅମାପ ସମ୍ପତି
ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଜାରି ହୋଇଛି। ବୌଦ୍ଧ, ଗଞ୍ଜାମ ଓ ଭୁବନେଶ୍ବରରେ ଚାଲିଛି ଭିଜିଲାନ୍ସ ରେଡ୍। ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ହୋଇଛି।
ରେଡ ସମୟରେ ଭୁବନେଶ୍ୱରରୁ ପୁଳାପୁଳା ଫ୍ଲାଟ ଠାବ କଲା ଭିଜିଲାନ୍ସ। ଭୁବନେଶ୍ୱରରେ ୨ଟି ଫ୍ଲାଟ, ୨ କମର୍ସିଆଲ ସପିଂ ଆଉଟ୍ଲେଟ୍, ପାହାଳରେ ୧ କୋଟିର ଫ୍ଲାଟ, କଳ୍ପନାରେ ୧ କୋଟିର ଫ୍ଲାଟ, ଭୁବନେଶ୍ୱର ଓ ବେଙ୍ଗାଲୁରୁରେ ଫ୍ଲାଟ ପାଇଁ ଅଗ୍ରୀମ ୨.୨୩ କୋଟି ଦେଇଛନ୍ତି। ୧.୧୬ ଲକ୍ଷ ନଗଦ ଟଙ୍କା ଓ ପ୍ରାୟ କୋଟିଏ ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି।