ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି; ଗିରଫ ହେଲେ କୋଟିପତି ଆରଟିଓ

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଜାରି ହୋଇଥିଲା। ବୌଦ୍ଧ, ଗଞ୍ଜାମ ଓ ଭୁବନେଶ୍ବରରେ ଚାଲିଛି ଭିଜିଲାନ୍ସ ରେଡ୍। ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ହୋଇଥିବାବେଳେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ଅନ୍ୟପଟେ, ରେଡ ସମୟରେ ଭୁବନେଶ୍ୱରରୁ ପୁଳାପୁଳା ଫ୍ଲାଟ ଠାବ କଲା ଭିଜିଲାନ୍ସ। ଭୁବନେଶ୍ୱରରେ ୨ଟି ଫ୍ଲାଟ, ୨ କମର୍ସିଆଲ ସପିଂ ଆଉଟ୍ଲେଟ୍, ପାହାଳରେ ୧ କୋଟିର ଫ୍ଲାଟ, କଳ୍ପନାରେ ୧ କୋଟିର ଫ୍ଲାଟ, ଭୁବନେଶ୍ୱର ଓ ବେଙ୍ଗାଲୁରୁରେ ଫ୍ଲାଟ ପାଇଁ ଅଗ୍ରୀମ ୨.୨୩ କୋଟି ଦେଇଛନ୍ତି। ୧.୧୬ ଲକ୍ଷ ନଗଦ ଟଙ୍କା ଓ ପ୍ରାୟ କୋଟିଏ ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି।