ଆଜିଠୁ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ, ମୋଦି ଦେବେ ଗୁରୁମନ୍ତ୍ର
![](https://www.odishalink.com/wp-content/uploads/2024/02/BJP--750x430.png)
ଓଏଲ୍ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆରମ୍ଭ କରିସାରିଲାରି ପ୍ରସ୍ତୁତି। ଆଗାମୀ ନିର୍ବାଚନ ଜିତିବାକୁ ବିଜେପି କରୁଛି ଘନ ଘନ ବୈଠକ। ଏସବୁ ମଧ୍ୟରେ ଆଜିଠୁ ଦିଲ୍ଲୀରେ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ। ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିବ ବିଜେପି। ଦୁଇ ଦିନିଆ ବୈଠକରେ ୧୧,୫୦୦ ଜଣ ବିଜେପି କର୍ମି ଯୋଗ ଦେବେ।
ଓଏଲ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାମାନଙ୍କୁ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ। କେମିତି ନିର୍ବାଚନ ପରିଚାଳନା କରିବେ, କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ସେ ନେଇ ଦଳୀୟ ନେତା ମାନଙ୍କୁ ଟିପ୍ସ ଦିଆଯିବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ଉଦଘାଟନ କରିବେ।ଗୃହ ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନେତା ଓ କାର୍ଯ୍ୟକତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
୧୮ ତାରିଖରେ ଅଧିବେଶନର ସମାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେତା ଓ କାର୍ଯ୍ୟକର୍ତାଙ୍କୁ ପ୍ରଧାନମନ୍ତ୍ରୀ ଓ ଶୀର୍ଷ ନେତୃତ୍ୱଙ୍କ ଟିପ୍ସ, ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ୍ କରିବାରେ ସହାୟକ ହେବ ବୋଲି ଦଳ ଆଶା ରଖିଛି। ସାରାଦେଶରୁ ପାଖାପାଖି ୧୧ହଜାର ନେତା ଓ କର୍ମକର୍ତ୍ତା ଏହି ଦୁଇ ଦିନିଆ ବୈଠକରେ ସାମିଲ ହେଉଛନ୍ତି।
ଓଡ଼ିଶାରୁ ରାଜ୍ୟ ବିଜେପି ସଭାପତିଙ୍କ ସମେତ ପାଖାପାଖି ୨୮୮ ଜଣ କର୍ମକତା ଏହି ବୈଠକରେ ସାମିଲ ହେବାକୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ ବିଧାୟକ, ରାଜ୍ୟ ପଦାଧିକାରୀ, ବିଭିନ୍ନ କମିଟି ସଦସ୍ୟ, ରାଜ୍ୟ ମୁଖପାତ୍ର, ଲୋକସଭା ପ୍ରଭାରୀ ପ୍ରମୁଖ ଅଧିବେଶନରେ ସାମିଲ ହେବେ।