ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି ନୋଟିସ
![](https://www.odishalink.com/wp-content/uploads/2023/10/praf.jpg)
ଓଏଲ୍ ବ୍ୟୁରୋ: ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ତା ଠିକ୍ ପୁର୍ବରୁ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଇଡି ଦୁଇ ଦିନ ତଳେ ପ୍ରଫୁଲ ସାମଲଙ୍କ ଘରେ ରେଡ୍ କରିଥିବା ବେଳେ ଆଜି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି ସମନ କରିଛି। ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଇଡି ସମନ କରିଥିବା ଜଣାଯାଇଛି। ଡକ୍ୟୁମେଣ୍ଟ ସହ ହାଜର ହେବାକୁ ଉଭୟଙ୍କୁ ସମନ କରିଛି ଇଡି। କେଉଁ ତାରିଖରେ ବିଜେଡି ବିଧାୟକ ଓ ତାଙ୍କ ପୁଅ ଇଡିରେ ହାଜର ହେବେ ସେନେଇ ସ୍ପଷ୍ଟ ହୋଇନାହିଁ।
ଗତ ୧୫ତାରିଖରେ ପ୍ରଫୁଲ୍ଲଙ୍କ ଘରେ ଚଢଉ କରିଥିଲା ଇଡି। ଶୁକ୍ରବାର ପ୍ରୟାସକାନ୍ତଙ୍କୁ ଘରୁ ୧୦ଲକ୍ଷ ଟଙ୍କା ଜବତ କରିଥିଲା ଇଡି। ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା। ସେହିପରି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା। ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍ କରିଥିଲା। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା।
ସୂଚନାଥାଉକି, ଇଡି ଟିମ୍ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍ ଜବତ କରିଥିଲା।