ହାତ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ଭିତରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହା ସହ ସରୋଜ ପଟ୍ଟନାୟକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ ଜିଲ୍ଲା ସଭାପତି ଭାବେ କଂଗ୍ରେସରେ କାର୍ଯ୍ୟରତ ଥିଲେ। ଏବେ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।
ନିକଟରେ କେନ୍ଦ୍ରପଡ଼ାର ଚର୍ଚ୍ଚିତ ରାଜନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ହାତ ଛାଡ଼ିଥିଲେ। ପରେ ବିଧିବଦ୍ଧ ଭାବେ ଶ୍ରୀ ମହାନ୍ତି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ କଂଗ୍ରେସ ଛାଡ଼ିଥିଲେ। ଆଜି ଶହ ଶହ ସମର୍ଥକଙ୍କ ସହ ଅଂଶୁମାନ ଏକ ବିରାଟ ରାଲିରେ ଶଙ୍ଖ ଭବନରେ ପହଞ୍ଚିଥିଲେ। ଆଉ ବିଜେଡିରେ ସାମିଲ ହୋଇଥିଲେ।