ନିର୍ବାଚନୀ କସରତ: ମାର୍ଚ୍ଚ ପହିଲାରେ ଟିକେଟ ଘୋଷଣା କରିବ କଂଗ୍ରେସ
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ଭିତରେ କଂଗ୍ରେସ ମଧ୍ୟ ନିର୍ବାଚନୀ କସରତ ଆରମ୍ଭ କରିଛି।
ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରାଯିବ। ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ପିସିସି ସଭାପତି ସୂଚନା ଦେଇଛନ୍ତି। ତେବେ ଚଳିତ ଥର ଟିକେଟ୍ ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ଏକ ନୂଆ ଉପାୟ ଆପଣାଇଥିଲା କଂଗ୍ରେସ।
ପ୍ରଥମ ଥର ପାଇଁ ଅନଲାଇନ୍ରେ ଟିକେଟ୍ ଆବେଦନ କରିବାକୁ ଆଶାୟୀ ପ୍ରାର୍ଥୀଙ୍କୁ କହିଥିଲା ଦଳ। ‘ପ୍ରଗମନ୍’ ନାମକ ଏକ ଆପ୍ରେ ସମସ୍ତ ଆଶାୟୀ ଆବେଦନ କରିବାକୁ କୁହାଯାଇଥିଲା। ଯେଉଁଥିରେ ବିଧାୟକ ପାଇଁ ୩ ହଜାର ଓ ସାଂସଦ ପାଇଁ ୭୦୦ ପ୍ରାର୍ଥୀ ଆବେଦନ କରିଥିଲେ। ଆଗୁଆ ଟିକେଟ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ ହୋଇଛି।