Odisha Link
Bridging the Missing Links in Odisha

ମାତିଛନ୍ତି ଦୁର୍ବୃତ୍ତ; ଭୈରବୀ ମନ୍ଦିରରୁ ସୁନା ଅଳଙ୍କାର ଚୋରି

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି।

ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁ ମଧ୍ୟରେ ମନ୍ଦିରରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ବୌଦ୍ଧ ଭୈରବୀ ମନ୍ଦିରରୁ ସୁନା ଅଳଙ୍କାର ଚୋରି ହୋଇଥିବା ବେଳେ ମାଆଙ୍କ ସୁନା ଆଖି ଓ ଟିକିଲି ତାଡ଼ି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତ ମାନେ ଗାୟତ୍ରୀ ମନ୍ଦିରରୁ ଦାନ ବାକ୍ସ ଲୁଟି ନେଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.