Odisha Link
Bridging the Missing Links in Odisha

ସାବଧାନ! ଏଥର ଏଆଇ ଜଗିବ ମାଟ୍ରିକ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଫେବ୍ରୁଆରୀ ୨୦ରୁ ଆରମ୍ଭ ମାର୍ଚ୍ଚ ୪ରେ ଶେଷ ହେବ। ତେବେ ଏଥର ମାଟ୍ରିକ ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ତା କରାଯାଇଛି। ଚଳିତବର୍ଷ ପରିକ୍ଷାରେ କପି ରୋକିବାକୁ ଅଭିନବ ପ୍ରୟାସ କରାଯିବ। ଏଆଇ ଜଗିବ ୧୦ମ ବୋର୍ଡ ପରୀକ୍ଷା। ଏନେଇ ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ପରୀକ୍ଷାକୁ ଅଧିକ ସ୍ୱଚ୍ଛଳ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ଦେଶର ପ୍ରଥମ ବୋର୍ଡ ଭାବେ ଏଆଇ ଲାଗୁ କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ହଲରେ ବ୍ୟତିକ୍ରମ ଚିହ୍ନଟ କରି କଣ୍ଟ୍ରଲ ରୁମ୍‌କୁ ଆଲର୍ଟ ଦେବ। ଏଆଇ ପାଇଁ ଧାର୍ଯ୍ୟ ହୋଇଛି ୮ଟି ପାରାମିଟର। ପରୀକ୍ଷା କେନ୍ଦ୍ରର ଗେଟରେ ଚଳପ୍ରଚଳ ଠାବ କରିବ। ପରୀକ୍ଷା ହଲରେ ଡେସ୍କ ଓ ବେଞ୍ଚ ଠିକ୍ ନଥିଲେ ଧରିବ। ସିସିଟିଭି ଟାମ୍ପର ଓ ଅଫଲାଇନ ହେଲେ ଏଆଇ ଧରିବ।

ଇନଭିଜିଲେଟର ହଲରେ ନବୁଲିଲେ ଏଆଇ ଧରିବ। ପ୍ରଶ୍ନପତ୍ର ଖୋଲିବା ରୁମରେ ଅଧିକ ଲୋକ ରହିଲେ ଧରିବ। ପରୀକ୍ଷା ହଲରେ ବିଶୃଙ୍ଖଳା ହେଲେ ଏଆଇ ଧରିବ। ପରୀକ୍ଷା କେନ୍ଦ୍ରରେ ଅନଧିକାର ପ୍ରବେଶକାରୀଙ୍କୁ ଧରିବା ସହ ଦୀର୍ଘ ସମୟ ଧରି ସିସିଟିଭି ଅକାମି ରହିଲେ ଏଆଇ ନଜର ରଖିବ।

ଚଳିତ ବର୍ଷ ମାଟ୍ରିକ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି। ସେହିଭଳି ପରୀକ୍ଷାକୁ ସ୍ୱଚ୍ଛଳ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି। ଏହା ସହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଯୋଗେ ସିଧାପ୍ରସାରଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଆସନ୍ତା ୨୦ ତାରିଖରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ରହିଛି। ୨୯୯୧ କେନ୍ଦ୍ରରେ ୫ଲକ୍ଷ ୫୧ ହଜାର ୬୧୧ ପିଲା ପରୀକ୍ଷା ଦେବେ। ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.