ଆରମ୍ଭ ହେଲା ନୂଆ-ଓଡ଼ିଶା ଶିଖର ସମ୍ମିଳନୀ; ଅଭିବୃଦ୍ଧି ଏବଂ ନିଯୁକ୍ତିକୁ ନେଇ ଆଲୋଚନା ଜାରି

ଓଏଲ୍ ବ୍ୟୁରୋ: ଭୁବନେଶ୍ୱରରେ ୨ ଦିନିଆ ନୂଆ-ଓଡ଼ିଶା ଗ୍ଲୋବାଲ୍ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଅଭିବୃଦ୍ଧି ଏବଂ ରୋଜଗାରକୁ ଆଲୋଚନା ଚକ୍ର ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ବିଭାଗୀୟ ମୁଖ୍ୟ ଉଷା ପାଢ଼ୀ ଶିଖର ସମ୍ମିଳନୀ ସମାରୋହରେ ବକ୍ତବ୍ୟ ରଖିଛନ୍ତି। ରାଜ୍ୟରେ ଅଭିବୃଦ୍ଧି ହାରକୁ ବୃଦ୍ଧି କରିବା ପାଇଁ ନୂତନ ମାର୍ଗଦର୍ଶିକା ନେଇ ଆଲୋଚନା ଜାରି ରହିଛି। ଏହି ସମ୍ମିଳନୀ ଆଜି ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ।